File:Koili baikuntha srimandira.jpg

Page contents not supported in other languages.
This is a file from the Wikimedia Commons
From Wikipedia, the free encyclopedia

Koili_baikuntha_srimandira.jpg(768 × 576 pixels, file size: 307 KB, MIME type: image/jpeg)

Summary

Description
English: ଶ୍ରୀକ୍ଷେତ୍ରକୁ କୁହାଯାଏ ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀମନ୍ଦିର ମଧ୍ୟରେ ରହିଛି ବୈକୁଣ୍ଠ ପୁର ଲୋକ ମୁଖରେ ଏହାକୁ କୁହାଯାଏ କୋଇଲି ବୈକୁଣ୍ଠ. ନବକଳେବରରେ କୋଇଲି ବୈକୁଣ୍ଠର ରହିଛି ସ୍ୱତନ୍ତ୍ର ବିଶେଷ୍ୱତ. ନବ ବିଗ୍ରହ ନିର୍ମାଣ ପ୍ରଥମ ଓ ଶେଷ କାର୍ଯ୍ୟ ଏହା ପରିସରରେ ସମ୍ପାଦିତ ହୁଏ. ବନଯାଗ ଯାତ୍ରା ପୂର୍ବରୁ ଏଠାରେ ନୃସିଂହ ନ୍ୟାସ କରାଯାଏ. ଶେଷରେ ବିଶ୍ୱକର୍ମା ମହାରଣା ଏଠାରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ନିବଦ୍ଧ କୋଠରୀ ମଧ୍ୟରେ ନିର୍ମାଣ କରିଥାଆନ୍ତି. ନବକଳେବରର ନିତୀ ଆରମ୍ଭ ହେବାକୁ ଆଉ ୪୦ ଦିନ ବାକିଥିବା ବେଳେ ଏବେ କୋଇଲି ବୈକୁଣ୍ଠକୁ ସମସ୍ତ ନିତୀ ଓ ମୂର୍ତ୍ତୀ ନିର୍ମାଣ ପାଇଁ ପ୍ରସ୍ତୁତ କରାଯାଉଛି.
ମର୍ତ୍ତ୍ୟ ବୈକୁଣ୍ଠ  ଶ୍ରୀକ୍ଷେତ୍ର..... ଯେଉଁଠାରେ ସପରିବାରେ ବସ କରିଛନ୍ତି ବୈକୁଣ୍ଠାଧିପତି ବିଷ୍ଣ. ନିଜ ଭ୍ରାତା ବଳଭଦ୍ର , ଭଗୀନି ସୁଭଦ୍ରା , ପତ୍ନୀ ମହାଲକ୍ଷ୍ମୀ ଓ ସମସ୍ତ ଦେବା ଦେବୀଙ୍କ ସହ ଶଙ୍ଖକ୍ଷେତ୍ରର ମଧ୍ୟ ଭାଗ ଶ୍ରୀମନ୍ଦିରରେ ବାସ କରୁଛନ୍ତି. ମହାପ୍ରଭୁ ଏଠାରେ ମାନବୀୟ ଲୀଳା ପ୍ରଦର୍ଶନ କରନ୍ତି. ଭାବର ଠାକୁର ମଣିଷ ପରି ଶରୀରତ୍ୟାଗ କରିବା ସହ ନୂତନ ବିଗ୍ରହରେ ଜନ୍ମଲାଭ କରନ୍ତି. ଏହାକୁ କୁହାଯାଏ ନବକଳେବର. ନବକଳେବରର ଦରୁ ସଂଗ୍ରହର ପୂର୍ବ ଓ ନବବିଗ୍ରହ ନିର୍ମାଣ କାର୍ଯ୍ୟ ହୁଏ କୋଇଲି ବୈକୁଣ୍ଠରେ.ଏଥିପାଇଁ କୋଇଲି ବୈକୁଣ୍ଠରେ ଅଙ୍କୁରରୋପଣ୍ ଗୃହ, ନିର୍ମାଣ ମଣ୍ଡପ ଯଜ୍ଞ ମଣ୍ଡପ ସ୍ନାନ ମଣ୍ଡପ, ଅଧିବାସ ଗୃହ ନିର୍ମାଣ କରାଯାଏ.୧୨ ହାତ ଲମ୍ବ ଓ ପ୍ରସ୍ଥ ୧୬ଟି ଖମ୍ବ ବିଶିଷ୍ଟ ଦୁଇଟି ଗୃହ ନିର୍ମାଣ କରାଯାଏ. ଏହା ମଧ୍ୟ ଭାଗରେ ଏକ ହାତରେ ଏକ ହାତ ବିଶିଷ୍ଟ ଯଜ୍ଞ ସ୍ଥଳ ନିର୍ମାଣ ହୁଏ. ଯଜ୍ଞ ମଣ୍ଢପର ପଶ୍ଚିମ ପଟେ ୧୬ ହାତ ବିଶିଷ୍ଟ  ନିର୍ମାଣ ମଣ୍ଡପ ତିଆରି କରାଯାଏ. ଏହିଠାରେ ନିର୍ମାଣ ହୁଏ ଦାରୁରୁ ନୂତନ ବିଗ୍ରହ.ଯଜ୍ଞ ମଣ୍ଡପର ପୂର୍ବ ଭାଗରେ ସ୍ନାନ ମଣ୍ଡପ ଓ ଅଧିବାସ ଗୃହ ନିର୍ମାଣ କରାଯାଏ.ଦକ୍ଷିଣ ଦିଗରେ କରାଯାଏ ନୃସିହ ଗୃହ ଓ ନ୍ୟାସ ଦାରୁ ଗୃହ.

-ରାମ ନବମୀ ପରଦିନ ଚୈତ୍ର ଶୁକ୍ଳ ପକ୍ଷ ଦଶମୀ ଆରମ୍ଭ ହୁଏ ବନଯାଗ ଯାତ୍ରା ପାଇ ପ୍ରସ୍ତୁତି. ଦାରୁ ସଂଗ୍ରହ ହେବାପରେ ଦାରୁଙ୍କୁ ଶଗଡ଼ ସହିତ ବେଢ଼ାର ଉତ୍ତରଦ୍ୱାର ଦେଇ କୋଇଲି ବୈକୁଣ୍ଠପୁର ମଧ୍ୟସ୍ଥ ଦାରୁଗୃହ ମଧ୍ୟକୁ ନିଆଯାଇ ସେଠାରେ ଶଗଡ଼ ସହିତ ରଖାଯାଇଥାଏ ।ଏହିପରି ଭାବରେ ଗୋଟିକ ପରେ ଗୋଟିଏ କରି ଚାରିଦାରୁଙ୍କୁ ବିଧି କୋଇଲିବୈକୁଣ୍ଠ ପୁରସ୍ଥ ଦାରୁଗୃହ ମଧ୍ୟକୁ ଅଣାଯାଇଥାଏ ଓ ଶଗଡ଼ ସହିତ ଉକ୍ତ ଗୃହମଧ୍ୟରେ ରଖାଯାଇ ପ୍ରତ୍ୟହ ପତିମହାପାତ୍ରଙ୍କ ଦ୍ୱାରା ପୂଜା କରାଯାଇଥାଏ । ଗୋଟିଏ ଦାରୁଙ୍କୁ ଆଣିବାର ଦାୟିତ୍ୱ ଯେଉଁ ଦଇତାପତି ଦଳଙ୍କ ଉପରେ ରହିଥାଏ ସେହିଦଳ ସେହି ଦାରୁଙ୍କୁ ଆଣି ଦାରୁଗୃହ ମଧ୍ୟରେ ପହଞ୍ଚାଇ ଦେବାପରେ ତାଙ୍କର କର୍ତ୍ତବ୍ୟ ଶେଷ ହୋଇଯାଇଥାଏ । ଉକ୍ତ ଦଳ ଅନ୍ୟ ଦାରୁଙ୍କୁ ଆଣିବାକୁ ଆଉ ଯାଇନଥାନ୍ତି । ଜଗନ୍ନାଥଙ୍କ ଦାରୁଙ୍କ ଦଇତାପତି ଦଳଙ୍କ ସହିତ ରହିଥାନ୍ତି ବିଶ୍ୱାବସୁ, ବିଦ୍ୟାପତି, ଲେଙ୍କା ଓ ଦେଉଳକରଣ ।କୋଇଲିବୈକୁଣ୍ଠର ଦକ୍ଷିଣ-ପୂର୍ବ କୋଣରେ ମଣ୍ଡପ ଉପରେ ଅଙ୍କୁରରୋପଣ ଯଜ୍ଞ କରାଯାଇ ନୂତନ ବିଗ୍ରହମାନଙ୍କ ନିର୍ମାଣ କାର୍ଯ୍ୟର ଅନୁକୁଳ କରାଯାଏ । ବର୍ଦ୍ଧକି ବା ବିଶ୍ୱକର୍ମା ମହାରଣା ମାନଙ୍କୁ ଅବରୁଦ୍ଧ କୋଠରୀ ମଧ୍ୟରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟପାଇଁ ରଖାଯାଏ । ସେମାନେ ଅବରୁଦ୍ଧ କୋଠରୀ ମଧ୍ୟରେ ରହି କାର୍ଯ୍ୟ କରିଥାନ୍ତି । ମୂର୍ତ୍ତି ନିର୍ମାଣପରେ ଏହା ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା ଯଥାବିଧି ଅନୁସାରେ ପ୍ରତିଷ୍ଠା କରାଯାଇଥାଏ । ନବକଳେବର ଉତ୍ସବରେ ଚାରିଠାକୁରଙ୍କର ନୂତନ ପ୍ରତିମାମାନଙ୍କର ନିର୍ମାଣ ବିଧି ଓ ପ୍ରତିଷ୍ଠା ବିଧି, ନୂତନ ବିଗ୍ରହମାନଙ୍କର ସ୍ଥାପନ ବିଧିଅନୁସାରେ କରାଯାଏ.ଆଷାଢ଼ ଶୁକ୍ଳ ପ୍ରତିପଦ ଦିନ ନୂତନ ନିର୍ମିତ ମୂର୍ତ୍ତି ମାନଙ୍କୁ ଏକ ନୂତନ ରଥରେ ବସାଇ ଶ୍ରୀମନ୍ଦିରର ଚାରିପଟେ ସାତଥର ବୁଲାଯାଏ ଏବଂ ସେହିଦିନ ରାତିରେ ନୂଆ ମୂର୍ତ୍ତି ଗୁଡ଼ିକୁ ଅଣସର ଘରକୁ ନିଆଯାଏ । ଏହି ରାତ୍ରରେ ଦିଅଁଙ୍କ ଠାରୁ ପରମବ୍ରହ୍ମ ନୂତନ ମୂର୍ତ୍ତି ଅଣସର ଘରୁ ଅଣାଯାଇ ଉକ୍ତ ରଥରେ ବସାଇ କୋଇଲିବୈକୁଣ୍ଠକୁ ନିଆଯାଏ । କୋଇଲିବୈକୁଣ୍ଠର ଶିଆଳିଲଟା ତଳେ ଆଗରୁ ତିନିଗୋଟି ଗାତ ଖୋଳାହୋଇ ତାମଧ୍ୟରେ ଶଯ୍ୟା କରାହୋଇଥାଏ । ସେହି ଶଯ୍ୟାରେ ପୁରୁଣା ମୂର୍ତ୍ତିମାନଙ୍କୁ ଶୁଆଇଦିଆଯାଏ । ଏଥିସହିତ ଆଗରୁ ରଥରେ ବ୍ୟବହୃତ ହୋଇଥିବା କାଠର ସାରଥୀ, ଘୋଡ଼ା ଓ ଦେବଦେବୀ ମାନଙ୍କୁ ପୁରାଇ ପୋତିଦିଆଯାଇଥାଏ । ନବକଳେବର ନିମନ୍ତେ ଦାରୁର ସନ୍ଧାନ, ନୂତନ ମୂର୍ତ୍ତି ଗଠନ, ଦିଅଁଙ୍କ ଠାରୁ ନୂତନ ମୂର୍ତ୍ତିକୁ ପରମବ୍ରହ୍ମ ପାଲଟାଇବା ଓ ପୁରୁଣା ମୂର୍ତ୍ତିଙ୍କୁ କୋଇଲିବୈକୁଣ୍ଠରେ ବିସର୍ଜନ କରିବା ଆଦି କାର୍ଯ୍ୟକ୍ରମ ଗୁଡ଼ିକର ବିଧି ବିଧାନ ଅତି ଗୋପନୀୟ ଭାବେ ପାଳନ କରାଯାଇଥାଏ ।

by JIT PATTNAIK ଜିତ୍ ପଟ୍ଟନାୟକ ପୁରୀ puri odisha
Date
Source Own work
Author Jitpattnaikpuri

Licensing

I, the copyright holder of this work, hereby publish it under the following license:
w:en:Creative Commons
attribution share alike
This file is licensed under the Creative Commons Attribution-Share Alike 4.0 International license.
You are free:
  • to share – to copy, distribute and transmit the work
  • to remix – to adapt the work
Under the following conditions:
  • attribution – You must give appropriate credit, provide a link to the license, and indicate if changes were made. You may do so in any reasonable manner, but not in any way that suggests the licensor endorses you or your use.
  • share alike – If you remix, transform, or build upon the material, you must distribute your contributions under the same or compatible license as the original.

Captions

Add a one-line explanation of what this file represents

Items portrayed in this file

depicts

14 February 2015

File history

Click on a date/time to view the file as it appeared at that time.

Date/TimeThumbnailDimensionsUserComment
current08:59, 14 February 2015Thumbnail for version as of 08:59, 14 February 2015768 × 576 (307 KB)JitpattnaikpuriUser created page with UploadWizard
The following pages on the English Wikipedia use this file (pages on other projects are not listed):

Metadata